A Guide to କର୍ମଚାରୀ ଭବିଷ୍ୟ ନିଧି (Employees Provident Fund) and comparison with Public Provident Fund, General Provident Fund
ଜୀବନର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ହେଉଛି ଆର୍ଥିକ ସୁରକ୍ଷା ଓ ସ୍ଥିରତା। ଚାକିରି ଜୀବନରେ ବ୍ୟସ୍ତ ରହିବା ଅବସ୍ଥାରେ ଭବିଷ୍ୟତର ପରିକଳ୍ପନା କରିବା ଏକ କଷ୍ଟକର କାମ ହୋଇପାରେ। ଏହି ପ୍ରସଙ୍ଗରେ, କର୍ମଚାରୀମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଏକ ଉତ୍କୃଷ୍ଟ ବ୍ୟବସ୍ଥା ହେଉଛି "କର୍ମଚାରୀ ଭବିଷ୍ୟ ନିଧି ( Employees' Provident Fund - EPF)"। କର୍ମଚାରୀ ଭବିଷ୍ୟ ନିଧି (EPF) କ’ଣ? EPF ହେଉଛି ଏକ ସଂଚୟ ଏବେ ସାମାଜିକ ସୁରକ୍ଷା ଯୋଜନା, ଯାହାକି କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟ ଅଧୀନରେ ଥିବା କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ( EPFO ) ଦ୍ଵାରା ପରିଚାଳିତ ହୁଏ। EPFO କୁ ୪ ମାର୍ଚ୍ଚ ୧୯୫୨ରେ କର୍ମଚାରୀ ଭବିଷ୍ୟ ନିଧି ଓ ବିବିଧ ବ୍ୟବସ୍ଥା ଆଇନ, ୧୯୫୨ ଅଧୀନରେ ସ୍ଥାପିତ କରାଯାଇଥିଲା। ଏହା ଉଭୟ କର୍ମଚାରୀ(Employee) ଓ ନିଯୁକ୍ତିଦାତା(Employer ) ଉଭୟଙ୍କ ଅବଦାନରେ ଗଠିତ ହୁଏ। ପ୍ରତି ମାସରେ କର୍ମଚାରୀଙ୍କ ଦରମାରୁ ଏକ ନିର୍ଦ୍ଧିଷ୍ଟ ଅଂଶ (ବର୍ତ୍ତମାନ 12%) କଟାଯାଇ ଏହି ଖାତାରେ ଯୋଗ କରାଯାଏ। ସମାନ ପରିମାଣର ଅର୍ଥ (12%) ନିଯୁକ୍ତିଦାତା ମଧ୍ୟ କର୍ମଚାରୀଙ୍କ ଖାତାରେ ଅବଦାନ(contribute) କରନ୍ତି | ଏହି ଅର୍ଥ ଏକ ଟ୍ରଷ୍ଟରେ ଜମା ହୁଏ ଏବଂ ପରବର୍ତ୍ତୀ ସମୟରେ କର୍ମଚାରୀଙ୍କୁ ଚାକିରି ଛାଡ଼ିବା ପରେ କିମ୍ବା ଅବସର ସମୟରେ ଫେରସ୍ତ କର...